ଚର୍ଚ୍ଚାରେ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା

ନୂଆଦିଲ୍ଲୀ : ବିଗତ ଦିନର ସଫଳ ନାୟିକା ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ଦସାନି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି। ସୋସିଆଲ ମିଡିଆରେ ଅବନ୍ତିକାଙ୍କ ପୋଷ୍ଟ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି। ୨୫ ବର୍ଷୀୟା ଅବନ୍ତିକା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥାଆନ୍ତି। ଭିଡ଼ଭାଡ଼, ଗହଳି ଚହଳିକୁ ସେ ଜମାରୁ ପସନ୍ଦ କରନ୍ତି ନାହିଁ। ତେଣୁ ଏଭଳି ସ୍ଥାନରେ ସେ ବିଶେଷ ଦେଖିବାକୁ ମିଳନ୍ତି ନାହିଁ। ମାତ୍ର ଅନ୍ୟ ଷ୍ଟାରକିଡସଙ୍କଠାରୁ ଅବନ୍ତିକାଙ୍କ କ୍ରେଜ୍ କିଛି କମ୍ ନୁହେଁ।

ଅବନ୍ତିକା ଲଣ୍ଡନର କାସ୍ ବିଜିନେସ୍ ସ୍କୁଲରେ ପାଠ ପଢ଼ି ବିଜନେସ୍ ଓ ମାର୍କେଟିଂ ଡିଗ୍ରୀ ହାସଲ କରିଛନ୍ତି। ଆପଣ ଯଦି ଅବନ୍ତିକାଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟ ଉପରେ ନଜର ପକାଇବେ, ତା’ହେଲେ ଜାଣିପାରିବେ ଯେ ସେ ଭ୍ରମଣ, ନୃତ୍ୟ, ଫ୍ୟାସନ ଓ ବନ୍ଧୁଙ୍କ ସହ ପାର୍ଟି ଫଙ୍କସନ୍ କରିବାକୁ ଖୁବ୍ ଭଲ ପାଆନ୍ତି। ଏହା ସହିତ ସମାଜସେବାରେ ମଧ୍ୟ ତାଙ୍କର ରୁଚି ରହିଛି।