ନୂଆ କରୋନା ପଜିଟିଭ ଚିହ୍ନଟ ପରେ ଭଦ୍ରକରେ ତନାଘନା

ଭଦ୍ରକ,ଏନ୍ଏନ୍ଏସ୍: ଗତକାଲି ରାତି ୧୦ଟା ଠାରୁ ଭଦ୍ରକ ଜିଲ୍ଲା ସଟ ଡାଉନ ହୋଇଥିବା ବେଳେ ଆଜି ସକାଳେ ଆଉ ଜଣେ କରୋନା ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳରେ ଚିହ୍ନଟ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି। ସମସ୍ତ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ସହରର ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି।

କେବଳ ପ୍ରଶାସନର ଅନୁମତି ପ୍ରାପ୍ତ ମେଡ଼ିସିନ ଦୋକାନକୁ ବାଦ ଦେଲେ ଆଉ ସବୁ ବନ୍ଦ ରହିଛି। ପୁଲିସ ପକ୍ଷରୁ ବ୍ୟାପକ ଚେକିଂ ହେଉଛି। ତେବେ ସବୁଠାରୁ ବେଶୀ ଚିନ୍ତା ବଢ଼େଇଛି ଜାତୀୟ ରାଜପଥ ୧୬। ରାଜପଥରେ ଏବେ ମଧ୍ୟ ଖୁଲମ ଖୋଲା ଗାଡ଼ି ଚାଲିଛି। ଯାହାକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବା ଅତ୍ୟାବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।