ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ଯୁବକ

ଭଦ୍ରକ,ଏନ୍ଏନ୍ଏସ୍ :କରୋନା ମହାମାରୀ ବହୁ ଲୋକଙ୍କ ପାଇଁ ସାଜିଛି ଆତଙ୍କ। ରୋଜଗାର ହରାଇ ଜୀବନ ବିତାଇବା ସେହିମାନଙ୍କ ପାଇଁ ହୋଇଛି ଦୁର୍ବିସହ। ଏପରି ସମୟରେ ଜଣେ ଯୁବକ କିଛି ସାଥୀଙ୍କ ସହିିତ ମିଶି ବଢାଇଛନ୍ତି ସହାୟତାର ହାତ, ନିରାଶ୍ରୟ, ଅସହାୟ, ଗରିବ ଦୀନ ମଜୁରିଆଙ୍କୁ କେତେବେଳେ ଶୁଖିଲା ଖାଦ୍ୟ ତ କେତେବେଳେ ରନ୍ଧାଖାଦ୍ୟ ଯୋଗାଇ ଅନ୍ୟ ଯୁବପିଢି ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। ସେ ହେଉଛନ୍ତି ବନ୍ତ ଅଂଚଳର ମୃତ୍ୟୁଞ୍ଜୟ ସୂତାର। ନିଜସ୍ୱ ଅର୍ଥ ସାଙ୍ଗକୁ ସାଙ୍ଗସାଥୀଙ୍କ ସହଯୋଗ ତଥା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ଦୀର୍ଘ ୧୫ ଦିନରୁ ଉଦ୍ଧ୍ୱର୍ ହେବ ଦୈନିକ ଗରିବଙ୍କୁ ଦେଇ ଚାଲିଛନ୍ତି କିଛି କିଛି ସାହାଯ୍ୟ। ବନ୍ତ ବ୍ଲକର ଚଣ୍ଡିପୁର, ପଧାନପଡା, ଜଗଦିଶପୁର, ନରସିଂହପୁର, ବାଙ୍ଗୋରପଦୀ, ନରସିଂହପୁର, କେନ୍ଦୁଝର ଜିଲ୍ଳା ହାଟଡିହି ବ୍ଲକର କେତେକ ଗ୍ରାମରେ ମଧ୍ୟ ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ଲକ୍ଷ୍ମୀଧର କାଣ୍ଡି, ଅନିମା ଜେନା, ବଳରାମ ବିଶ୍ୱାଳ, ସୁଭଦ୍ରା ବିଶ୍ୱାଳ ପ୍ରମୁଖ ସହଯୋଗ କରୁଛନ୍ତି।