ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା ରାଜ୍ୟ By Nitidin On Aug 22, 2020 Share ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରାରମ୍ଭିକ କରୋନା ଲକ୍ଷଣ ଦେଖାଦେବାରୁ ସେ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ମଞ୍ଜୁଲତା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ଏଥିସହିତ ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି। Share