ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ମୁତୟନ ଆଦେଶକୁ ରଖିଲେ କାୟମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ମାମଲାରେ ମମତା ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଛି । ହାଇକୋର୍ଟର ଆଦେଶରେ କୌଣସି ଦଖଲ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋଲକାତା ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା ।

ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଅଦାଲତଙ୍କୁ କହିଛନ୍ତି ଯେ, ଜୁନ୍ ୧୩ରେ ରାଜ୍ୟ ନିର୍ବାଚନ ଆୟୋଗ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଥିଲା । କିନ୍ତୁ ଜୁନ୍ ୧୫ରେ ହାଇକୋର୍ଟ ୪୮ ଘଣ୍ଟାରେ ଅର୍ଦ୍ଧସୈନିକ ବଳକୁ ନିଯୁକ୍ତ କରିବା ଲାଗି ଆଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଜୁଲାଇ ୮ ତାରିଖରେ ହେବ ।