ଭୁବନେଶ୍ୱର,ଏନ୍ଏନ୍ଏସ୍: ମଧୁବାବୁ ପେନସନର ହତାଧିକାରୀମାନେ ୪ ମାସର ଅଗ୍ରୀମ ଟଙ୍କା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ମିଳିବ। ଏନେଇ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।