କ୍ରିକେଟରୁ ବେଲଙ୍କ ଅବସର ଘୋଷଣା

ଲଣ୍ଡନ,ଏଜେନ୍ସି: ଇଂଲଣ୍ଡ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଇଆନ ବେଲ୍ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଶନିବାର ସେ ତାଙ୍କର ଅବସର ଘୋଷଣା କରିବା ସହ ଆଗାମୀ ସପ୍ତାହରେ ସେ ଶେଷଥର ପାଇଁ ମ୍ୟାଚ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ଶେଷ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିଥିବା ବେଲ୍ ୧୧୮ଟି ଟେଷ୍ଟ ସହ ୧୬୧ଟି ଦିନିକିଆ ଓ ୮ଟି ଟି-୨୦ ଖେଳିଥିଲେ। ଟେଷ୍ଟ୍ କ୍ରିକେଟରେ ସେ ୭ ହଜାର ୭୨୭ ରନ୍ କରିବା ସହ ୪୨.୬୯ ହାରରେ ରନ୍ ସଂଗ୍ରହ କରିଥିଲେ। ସେହିପରି ଦିନିକିଆରେ ସେ ୫ ହଜାର ୪୧୬ ରନ୍ କରିଛନ୍ତି। ବେଲ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ବେଳେ ଇଂଲଣ୍ଡ ଟେଷ୍ଟ୍ କ୍ରିକେଟ୍ରେ ଦୀର୍ଘ ସମୟ ପାଇଁ ଏକ ନମ୍ବର ଟିମ୍ ରହିଥିଲା।