ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଥିବାବେଳେ ଅନ୍ୟପଟେ ଚୀନର ରାଜଧାନୀ ବୈଜିଂରେ ଏହାର ବିପରୀତ ପରାମର୍ଶ ଦିଆଯାଉଛି। କରୋନା ଯୋଗୁ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଥିôବା ବେଜିଂବାସୀ ଏବେ ବାହାରକୁ ବାହାରିଲେ ଖୋଲା ପବନର ମଜା ନେଇପାରିବେ। କାରଣ ଏଠାରେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାର ନିୟମକୁ ହଟାଇ ଦିଆଯାଇଛି।
କରୋନାର ପ୍ରକୋପ ସମୟରେ ଉତ୍ପତିସ୍ଥଳ ଚୀନର ବୈଜିଂ ହେଉଛି ଏଭଳି ପଦକ୍ଷେପ ନେଇଥିବା ପ୍ରଥମ ଦେଶ। ଏଥିରୁ ଅନୁମାନ କରାଯାଇପାରେ କି ବୈଜିଂର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଚାଇନା ଡେଲିର ଖବର ମୁତାବକ, ‘ବୈଜିଂ ସେଣ୍ଟର ଫର ଡିସୀଜ ପ୍ରିଭେନ୍ସନ ଏଣ୍ଡ କଣ୍ଟ୍ରୋଲ’ ଏନେଇ ନୂଆ ଗାଇଡଲାଇନ ଜାରି କରିଛି। ଯେଉଁଥିରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରଣ କରାଯାଇଥିଲେ ମଧ୍ୟ ଏବେ ବି ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି।