କଥା ଦେଇ କଥା ରଖିଲା ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌

ବଲାଙ୍ଗିର,ଏନ୍ଏନ୍ଏସ୍: କଥା ଦେଇ କଥା ରଖିଛି ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ । ବଲଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅର୍ନ୍ତଗତ ଭାଲୁକୁନ୍ଦ ଗାଁର ସୁମନ୍ତ ସାହୁଙ୍କୁ କର୍କଟ ହେବା ଯୋଗୁ ହାତରୁ ମାଂସ ଝଡ଼ିବାକୁ ଲାଗିଥିଲା । ଚିକିତ୍ସା ପାଇଁ ସୁମନ୍ତଙ୍କ ଲାଗି ଅର୍ଥ ବାଧକ ସାଜିଥିବାବେଳେ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନର କର୍ମକର୍ତ୍ତାମାନେ ସହାୟତାର ହାତ ବଢାଇଥିଲେ। ଫାଉଣ୍ଡେସନର କର୍ମଚର୍ତ୍ତା ସୁମନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ତାଙ୍କ ପାଖରେ ପହଂଚି ପ୍ରଥମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‌ ଯୋଗେ ଜଣାଇ ମନ୍ତ୍ରୀଙ୍କ ସହଯୋଗରେ ୧ ତାରିଖରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଉ ଏବେ ସୁମନ୍ତଙ୍କ ଅସ୍ତ୍ରୋପଚାର ସରିଛି ।