ଅସହାୟଙ୍କୁ ରାସନ ଯୋଗାଇଲା ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ଠାରୁ ମାତ୍ର କିଛି ଦୂରରେ ପୁଇଁନ୍ତଲା ବ୍ଲକ୍ର ଏକ ଗାଁ ମଳମଣ୍ଡା ରେ ଏକ କମାର ବସ୍ତିରେ ରହୁଥିବା ଅସହାୟ ଲୋକଙ୍କୁ ଏହି କରୁଣ ପରିସ୍ଥିତିରେ ରସନ ଯୋଗାଇ ସହଯୋଗର କରୁଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍। ଏହି ବସ୍ତିରେ ପ୍ରାୟ ୧୫ ପରିବାର ବସବାସ କରୁଛନ୍ତି। ତେବେ ସେମାନଙ୍କ ନିକଟରେ ରାସନ କାର୍ଡ ନାହିଁ। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ସହରରେ ଥିବା ସମସ୍ତ କବାଡି ଦୋକାନ ବନ୍ଦ ହୋଇଯାଇଛି। ଫଳରେ ପ୍ରତିଦିନ ରୋଜଗାର କରି ଚଳୁଥିବା ଏହି ପରିବାରମାନଙ୍କ ପ୍ରତି ସଙ୍କଟ ଦେଖାଦେଇଛି।

ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଉଛି ବିଙ୍ଗ ହ୍ୟୁମାନ ଫାଉଣ୍ଡଡେସନର। ଏହି ଅନୁଷ୍ଠାନର କର୍ମକର୍ତ୍ତମାନେ ଉକ୍ତ ଗାଁକୁ ଯାଇ ପ୍ରତ୍ୟେକ ପରିବାରକୁ ୩ ଦିନର ରାସନ ପ୍ରଦାନ କରିଛନ୍ତି। ସେମାନଙ୍କ ଚାଉଳ, ଡାଲି, ପନି ପରିବା, ଚୁଡା ଓ ସାବୁନ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି।