ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କଳାହାଣ୍ଡି,ଏନ୍ଏନ୍ଏସ୍ଧର୍ମଗଡ଼ ଉପକାରଗାରରେ ଏକ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛି। ସୂଚନା ଅନୁସାରେ ଜୁନାଗଡ଼ ପୁରୁଣାସରର ଦିଗାମ୍ବର ଖମାରି ଯୌତୁକ ମାମଲାରେ ଗିରଫ ହୋଇଥିବାବେଳେ ତାଙ୍କର କେସ୍‌ ବିଚାରାଧୀନ ଥିଲା। ତେବେ ତାଙ୍କୁ କେହି ସମ୍ପର୍କୀୟ ଜାମିନରେ ନନେବାରୁ କଏଦୀମାନଙ୍କୁ ମିଳୁଥିବା ସେଭିଂବ୍ଲେଡ୍‌ରେ ନିଜ ଶରୀରର ଏକ ଅଙ୍ଗକୁ କାଟି ଦେଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଗଡ଼ ମେଡିକାଲ୍‌ରେ ଭର୍ତ୍ତିକରାଯାଇଛି