ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶ ଦେବରିଆ ସଦର ବିଧାନସଭା ଆସନ ପାଇଁ କଂଗ୍ରେସରୁ ମୁକୁନ୍ଦ ମଣି ଭାସ୍କରଙ୍କୁ ଟିକେଟ୍ ଦିଆଯିବା ସମ୍ପର୍କରେ ଅସନ୍ତୋଷ ଦେଖାଦେଇଛି । ଜଣେ ଦଳୀୟ ନେତ୍ରୀ ଏହି ମାମଲାରେ ପାର୍ଟି ଅଫିସ୍ରେ ହଙ୍ଗାମା କରିଥିଲେ । ଏହାପରେ କିଛି କଂଗ୍ରେସ ନେତା ତାରା ଯାଦବ ନାମକ ନେତ୍ରୀଙ୍କୁ ଘେରିଯାଇ ମାଡ଼ ମାରିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ମଧ୍ୟ ହେବାକୁ ଲାଗିଛି । ଯେଉଁ କଂଗ୍ରେସ ଦଳ ହାଥରସ୍ରେ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବି କରୁଥିଲା
ସେହି ଦଳର ନେତ୍ରୀଙ୍କୁ ଏଭଳି ବ୍ୟବହାର ନିନ୍ଦନୀୟ ବୋଲି ଅନେକ ୟୁଜର ଏହି ଭାଇରାଲ୍ ଭିଡ଼ିଓରେ କମେଣ୍ଟ ଦେଇଛନ୍ତି । ଅନ୍ୟପଟେ ପୀଡ଼ିତା ମହିଳା ନେତ୍ରୀ ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ଦଳ ପକ୍ଷରୁ ଅଯୋଗ୍ୟ ଲୋକଙ୍କୁ ଟିକେଟ୍ ଦିଆଯାଇଛି । ଟିକେଟ୍ ପାଇଥିବା ବ୍ୟକ୍ତି ଜଣକ ବଳାତ୍କାରୀ । ଏଭଳି ଲୋକଙ୍କୁ ଟିକେଟ୍ ଦେଲେ ଦଳ ବଦନାମ ହେବ ବୋଲି କଂଗ୍ରେସ ନେତ୍ରୀ ଜଣକ କହିଛନ୍ତି ।