ଘରେ ପଶିଲା ଭାଲୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍ ଅନ୍ତର୍ଗତ ମଉଦିପା ଗ୍ରାମର ଅଭି ନାୟକଙ୍କ ଘର ଭିତରକୁ ଆଜି ସକାଳୁ ଏକ ଭାଲୁ ପଶି ଆସିଛି। ଘର ଭିତରେ ଭାଲୁକୁ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି। ଭାଲୁକୁ ଘଉଡ଼ାଇବାରେ ବିଳମ୍ବ ଯୋଗୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।