ନନ୍ଦନକାନନରେ ମାଈ ଭାଲୁର ମୃତ୍ୟୁ

ବାରଙ୍ଗ,ଏନ୍ଏନ୍ଏସ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାଲୁ ସଫାରୀରେ ଏକ ମାଈ ଦେଶୀ ଭାଲୁ ଆରତୀର ଗୁରୁବାର ସକାଳେ ମୃତ୍ୟୁ ହୋଇଛି। ୨୪ ବର୍ଷର ଏହି ଭାଲୁ କିଛି ଦିନ ହେବ ଖାଦ୍ୟ ନଳୀରେ ସଂକ୍ରମଣ ହେତୁ ରୋଗାକ୍ରାନ୍ତ ଥିଲା। ଥଣ୍ଡା ଜ୍ୱର, ତରଳଝାଡ଼ା, ବାନ୍ତି ହେବା ସହ ସେ ଖିଆପିଆ ଠିକରେ କରିପାରୁନଥିଲା। ନନ୍ଦନକାନନର ଚିକିତ୍ସକ ଆଲୋକ କୁମାର ଦାସ ଏହାର ଚିକିତ୍ସା କରୁଥିଲେ। ଆରତୀକୁ ୧୯୯୫ ମସିହାରେ ରାଞ୍ôଚ ଚିଡ଼ିଆଖାନାରୁ ଅଣାଯାଇଥିଲା। ପ୍ରକାଶ ଥାଉକି, ଏବେ ନନ୍ଦନକାନନରେ ଆଉ ୧୫ଟି ଦେଶୀ ଭାଲୁ ରହିଛନ୍ତି।