ନବରଙ୍ଗପୁର, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ଭରଲା ପଞ୍ଚାୟତ ବାବାଜୀଗୁଡା ଗ୍ରାମର ପ୍ରେମାନନ୍ଦ ପ୍ରଧାନୀ(୫୬) ଆଜି ପୋଖରୀକୁ ଗାଧେଇବାକୁ ଯାଉଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। କୌଶଳ କ୍ରମେ ପ୍ରେମାନନ୍ଦ ଭାଲୁ କବଳରୁ ନିଜକୁ ରକ୍ଷାକରି ଗାଁ ପଟେ ଦୌଡ଼ିଥିଲେ। ଆହତ ଅବସ୍ଥାରେ ପ୍ରେମାନନ୍ଦଙ୍କୁ ଗ୍ରାମବାସୀ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି। ଗ୍ରାମ ନିକଟରେ ଭାଲୁକୁ ଦେଖି ଗ୍ରାମବାସୀ ଏକ ପ୍ରକାର ଭୟବିତ ହୋଇ ପଡ଼ିଛନ୍ତି।