ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେତାଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ବୃଦ୍ଧାଙ୍କ ଶନିବାର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ ରେ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ବୃଦ୍ଧା ହେଲେ କେତାଙ୍ଗ ଗ୍ରାମ ପୋଖରୀ ସାହିର ବାର୍ହା ସିଂ ଙ୍କ ଝିଅ ମାଣିକ ସିଂ। ଗତ ୨୨ ତାରିଖ ସକାଳେ ସେ ଶୌଚ ହେବାକୁ ଯାଉଥିବାବେଳେ ଗାଁ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ଆକ୍ରମଣ କରିଥିଲା। ଆକ୍ରମଣରେ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।