ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ପଞ୍ଚାୟତ ସାଲେପାଲି ଗ୍ରାମର ଟିକେଶ୍ୱର ଧରୁଆ ନାମକ ୬୦ ବର୍ଷର ଜଣେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିଛି। ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ଯାଉଥିବାବେଳେ ପଛପଟୁ ଭାଲୁ ଆସି ତାଙ୍କ ପିଠି, ମୁହଁ, ମୁଣ୍ଡକୁ ଆକ୍ରମଣ କରିଥିଲା। ଟିକେଶ୍ୱର ଚିତ୍କାର କରିବାପରେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ କି, ସେ ଅତି ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାର କିଛି ସାହାଯ୍ୟ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।