ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଦ୍ରବ୍ୟର କମ୍ କିମ୍ବା ବେଶୀ ପରିମାଣ ବ୍ୟଞ୍ଜନ ଉପଯୋଗ କଲେ, ତାହାର କୁପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ସଠିକ୍ ମାତ୍ରାରେ ଚିନି, ଲୁଣ ଇତ୍ୟାଦିର ବ୍ୟବହାର ଦୈନନ୍ଦିନ ଜୀବନରେ ହେବା ଉଚିତ। ଅଧିକାଂଶଙ୍କ ଧାରଣା ଯେ ଲୁଣ ଖାଇଲେ ରକ୍ତଚାପ ବଢ଼ିବା ସହ ଶରୀରରେ ଅନ୍ୟ ଅସୁବିଧା ଉପୁଜିଥାଏ। ଏଭଳି ଚିନ୍ତାଧାରା ସେମାନେ ମନରୁ ବାହାର କରିବା ଜରୁରୀ। ଦୈନିକ ଯଥା ପରିମାଣର ଲୁଣ ଆମ ଶରୀର ଆବଶ୍ୟକ କରୁଥିବାବେଳେ ଏହାର ପୋଷକତତ୍ତ୍ୱ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ।
ଅଧିକ ଦିନ ଧରି ଲୁଣ ନ ଖାଇଲେ ମନୁଷ୍ୟ ଶରୀରରେ ‘ଇଣ୍ଟରଲ୍ୟୁକିନ୍-୧୭’ ଉତ୍ପାଦନ ବନ୍ଦ ହୋଇଯାଏ। ଏହା ଏକପ୍ରକାରର ଶ୍ୱେତ ରକ୍ତକୋଷିକା ଯାହା ବିଷ କଣିକାକୁ ନଷ୍ଟ କରିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଏହି ରକ୍ତକଣିକାର ଅଭାବ ହେଲେ ସଂକ୍ରାମକ ରୋଗ ଶରୀରକୁ ଶୀଘ୍ର ଆକ୍ରମଣ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
ଆମ ଶରୀରରେ ସୋଡିୟମର ମାତ୍ରା କମ୍ ହେଲେ ମୁଣ୍ଡ ବୁଲାଇବା, ଥକ୍କା ଲାଗିବା, ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି ସମସ୍ୟାମାନ ଦେଖାଦିଏ। ଆବଶ୍ୟକ ପରିମାଣରେ ଲୁଣ ବ୍ୟବହାର କରି ପ୍ରତ୍ୟେକ ବ୍ୟଞ୍ଜନ ଖାଇବା ଉଚିତ।