ଭୁବନେଶ୍ଵର,ଏନ୍ଏନ୍ଏସ୍: ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତରେ ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ହାତାହାତି।
ତହସିଲଦାର ଦିଲୀପ ଦିଲ୍ଲୀପ ସେଠୀଙ୍କ ସହ ପ୍ରଥମେ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ସହ କଥା କଟାକଟି ପରେ ଠେଲାପେଲା ହୋଇଥିଲା ଆଉ ଏଥିରେ ଉତକ୍ଷିପ୍ତ ହୋଇ ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଅନ୍ୟ ଜଣେ ସହଯୋଗୀଙ୍କ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଗାଳିଗୁଲଜ ସହ ମାଡ଼ କାରିଥିଲେ। ଦିଲୀପ ସେଠୀଙ୍କୁ ବିଧା, ଗୋଇଠା ମାରିଥିବା ସୂଚନା।
ପରେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା। ସୂଚନା ଅନୁଯାୟୀ, ତହସିଲଦାରଙ୍କୁ ଚାଷ ଜମିରେ ବେଆଇନ ଇଟାଭାଟିକୁ ନେଇ ଅସନ୍ତୋଷରୁ ମାଡ଼ ମାରାଯାଇଛି।
କଣିପାଳ ଗାଁରେ ଚାଷଜମିରେ ଇଟାଭାଟିକୁ ନେଇ ଅସନ୍ତୋଷ ଥିଲା, ଇଟାଭାଟିକୁ ବିରୋଧ କରି ଗାଁର କିଛି ଚାଷୀ ଧାରଣା ଦେଇଥିଲେ। ହେଲେ ଚାଷୀଙ୍କ ଧାରଣା ସତ୍ତେ୍ୱ ତହସିଲଦାର କିଛି ଶୁଣିନଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଆଜି ସଂପୃକ୍ତ ୨ ଜଣ ପିଟିଥିଲେ।