ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମ୍ମିଳନୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡିଏନକେ ଖେଳ ପଡିଆଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡମା ରାୱାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମାଲକାନଗିରି ପର୍ଯ୍ୟବେକ୍ଷକ ତଥା କଟକ ବିଧାୟକ ଚନ୍ଦ୍ର ସାରଥି ବେହେରା , ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମ କେଶ ରାୟ , ରାଜ୍ୟ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପଣବ ବଳବନ୍ତ ରାୟ , ରାଜ୍ୟ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର୍ , ଭଦ୍ରକ ବିଧାୟକ ସଞ୍ଜୀବ ମଲିକ୍ , ଜିଲ୍ଲା ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଢି ଯୋଗ ଦେଇଥିଲେ।