ବେଆଇନ୍ ପାର୍କିଂ ଫି ଆଦାୟ : ଭବାନୀ ମଲରେ ଚଢାଉ କଲେ ବିଡିଏ ଓ ବିଏମସି ସ୍କ୍ୱାର୍ଡ

ଭୁବନେଶ୍ୱର : ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ସହୀଦନଗର ସ୍ଥିତ ଭବାନୀ ମଲରେ ଚଢାଉ କରିଛି । ଚଢାଉ ବେଳେ ସ୍କ୍ୱାର୍ଡ ୨ଟି ପିଓଏସ୍ ମେସିନ୍ ଜବତ କରାଯାଇଛି ।

ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ୟାନୁଷ୍ଠାନ ନିଆଯିବ ବୋଲି ବୁଧବାର ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିସହ ଆପାର୍ଟମେଂଟ୍ ଏବଂ ଆବାସିକ ବାସଭବନରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲଗାଯାଇଛି । ନିର୍ଦ୍ଦେଶନାମାଜାରି ହେବାର ୨୪ଘଂଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବିରୋଧରେ ବିଡିଏ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି । ଭବାନୀ ମଲରେ ମଧ୍ୟ ପାର୍କି ଫି ନିଆଯାଉଥିବା ବିଡିଏ ନଜରକୁ ଆସିଥିଲା । ଏହା ପରେ ଶୁକ୍ରବାର ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଚଢାଉ କରାଯାଇଛି ବୋଲି ସୂଚନା ମିଳିଛି ।