ବଡ଼ ଭାଇ କରୋନା ପଜିଟିଭ ଚିହ୍ନଟ ପରେ ହୋମ କ୍ୱାରେଣ୍ଟାଇନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କୋଲକାତା,ଏଜେନ୍ସି: ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ ବେଙ୍ଗାଲୁରୁର ସାଧାରଣ ସଂପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସୌରଭ ଗାଙ୍ଗୁଲି ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଥିବା ଜଣାପଡ଼ିଛି। ସ୍ନେହାଶିଷଙ୍କୁ କୋଲକାତାର ବେଲ୍ ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(ସିଏବି)ର ଜଣେ ଅଧିକାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁସାରେ, ‘ଗତ କିଛି ଦିନ ହେବ ସ୍ନେହାଶିଷ ଜ୍ୱରରେ ପୀଡ଼ିତ ଥିଲେ, ଜ୍ୱର ନ ଛାଡିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏହା ପରେ ତାଙ୍କୁ ବେଲ୍ ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଭିଡ -୧୯ ନିୟମ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ଥିବାବେଳେ ସୌରଭ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଥିବା ଜଣାପଡିଛି। ସେହିପରି ସିଏବିର ସଭାପତି ଅଭିଷେକ ଡାଲମିଆ ମଧ୍ୟ ସ୍ନେହାଶିଷଙ୍କ ସଂସ୍ପର୍ଶରେ ଆସିଥିବାରୁ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି।