ନୂଆଦିଲ୍ଲୀ: ଭାରତ-ୱେଷ୍ଟେଣ୍ଡିଜ ମଧ୍ୟରେ ଡୋମିନିକା ଟେଷ୍ଟ ପାଇଁ ଖେଳାଳୀମାନେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଏହି ସିରିଜ ପାଇଁ ଯୁବ ଖେଳାଳୀ ୟଶସ୍ୱୀ ଜେସୱାଲ ଓ ଋତୁରାଜ ଗାୟକୱାଡଙ୍କୁ ଟିମରେ ସ୍ଥାନ ମିଳିଛି । ଟେଷ୍ଟ ମ୍ୟାଚ ପୂର୍ବରୁ ବିସିିଆଇ ଉଭୟଙ୍କୁ ଆଉ ଏକ ସୁଯୋଗ ଦେଇଛି ।
ବିସିଆଇ ଏକ ଭିଡିଓ ସେୟାର କରିଛି । ଉକ୍ତ ଭିଡିଓରେ ୟଶସ୍ୱୀ ଓ ଋତୁରାଜ ପୋଡ଼କାଷ୍ଟକୁ ନେଇ ସୂଚନା ଦେଇଛନ୍ତି । ବିସିସିଆଇ ପୋଡକାଷ୍ଟର ଦାୟିତ୍ୱ ୟଶସ୍ୱୀ ଓ ଋତୁରାଜଙ୍କୁ ହସ୍ତାନ୍ତର କରିଛି । ଏହାପୂର୍ବରୁ ବିସିସିଆଇ ୟୁଜଭେନ୍ଦ୍ର ଚେହେଲ ସହ ଅନେକ ସମୟରେ ମନୋରଞ୍ଜନପୂର୍ଣ୍ଣ ଭିଡିଓ ପ୍ରସ୍ତୁତ କରିସାରିଛି । ଭିଡିଓର ନାମ ‘ଚହଲ ଟିଭି’ ରଖାଯାଇଥିଲା ।