ବକ୍ସ ଅଫିସ୍: ୧୦୦କୋଟିକୁ ଛୁଇଁବ ‘ବଟଲା ହାଉସ୍’

ନିଖିଲ ଆଡବାନି ନିର୍ଦ୍ଦେଶନାରେ ପ୍ରସ୍ତୁତ ବଟଲା ହାଉସ୍ ଫିଲ୍ମଟି ଆଜି ବକ୍ସ ଅଫିସ୍ରେ ୧୦୦ କୋଟିରେ ପହଞ୍ଚିବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତା ଜନ୍ ଆବ୍ରାହାମ୍ ଥିବାବେଳେ ଏହି ଫିଲ୍ମଟି ଦ୍ୱିତୀୟ ସୋମବାର ପର‌୍ୟ୍ୟନ୍ତ ଭଲ ରୋଜଗାର କରିଛି । ଫିଲ୍ମ ଟ୍ରେଡର ରିପୋର୍ଟ ଅନୁସାରେ ଏହି ଫିଲ୍ମଟି ୧୨ଦିନରେ ବକ୍ସ ଅଫିସ୍ରେ ୨.୨୬କୋଟି ଟଙ୍କା ଟଙ୍କା ରୋଜଗାର କରିଥିବାବେଳେ ଆଗାମୀ ସପ୍ତାହରେ ଏହି ଫିଲ୍ମଟି ୮୬.୦୪କୋଟିରେ ପହଞ୍ଚିଛି । ତେବେ ଗତ ସପ୍ତାହରେ କୌଣସି ବଡ଼ ଫିଲ୍ମ ରିଲିଜ ହୋଇନଥିବା ସହ ଜନ୍ମାଷ୍ଟମୀ ପଡ଼ିଥିଲା, ଯାହାଦ୍ୱାରା ଦର୍ଶକଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍ ଉଠିଥିଲା । ତେବେ ବର୍ତ୍ତମାନ ଏହି ଫିଲ୍ମଟି ୧୦୦ କୋଟି ଛୁଇଁବାକୁ ଯାଉଛି ।

ଏହି ଫିଲ୍ମଟି ଏକ ସତ୍ୟଘଟଣା ଉପରେ ଆଧାରିତ ହୋଇଛି । ୨୦୦୮ ମସିହାରେ ଦିଲ୍ଲୀର ବଟଲା ହାଉସ୍ରେ ହୋଇଥିବା ଏନକାଉଣ୍ଟର ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି । ଏଥିରେ ଜନ୍ ଆବ୍ରାହାମଙ୍କ ନାମ ସଞ୍ଜୟ କୁମାର ରହିଛି ।