ଜାନୁଆରୀରେ ମିଳିବ ଇଣ୍ଟ୍ରାନେଜଲ ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼ିବା ପାଇଁ ଇଣ୍ଟ୍ରାନେଜଲ ଭ୍ୟାକ୍ସିନ ‘ଇନକୋଭେକ’ ଖୁବଶୀଘ୍ର ବୁଷ୍ଟର ଡୋଜ ରୂପେ ବ୍ୟବହାର କରାଯିବ ବୋଲି ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଜାନୁଆରୀ ଚତୁର୍ଥ ସପ୍ତାହରୁ ‘ଇନକୋଭେକ’ ମାର୍କେଟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ‘ଇନକୋଭେକ’ ହେଉଛି କରୋନାର ପ୍ରଥମ ଇଣ୍ଟ୍ରାନେଜଲ ଭ୍ୟାକ୍ସିନ । ଏହା ଖୁବଶୀଘ୍ର କୋୱିନ ଆପରେ ଉପଲବ୍ଧ ହେବ । ଘରୋଇ ହସ୍ପିଟାଲରେ ଏହି ଭ୍ୟାକ୍ସିନ ୮୦୦ ଓ ସରକାରୀ ହସ୍ପିଟାଲରେ ୩୨୫ ଟଙ୍କାରେ ମିଳିବ ।