୨ ମାସ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ିବେ ବର୍ଷା

କଟକ,ଏନ୍‌ଏନ୍‌ଏସ୍‌: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଏସଡିଜିଏମ୍ କୋର୍ଟଙ୍କ ତରଫରୁ କିଛି ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ଅନୁଭବଙ୍କ ପୈତୃକ ଘରକୁ ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସକୁ ୩୦ ହଜାର ଟଙ୍କା ଦେବେ । ପ୍ରତି ମାସ ୧୦ ତାରିଖ କିମ୍ବା ତା’ ପୂର୍ବରୁ ୩୦ ହଜାର ଟଙ୍କା ବର୍ଷାଙ୍କୁ ଅନୁଭବ ଦେବେ ବୋଲି କୋର୍ଟ କହିଛନ୍ତି । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ପଡ଼ିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପିତାମାତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଦର୍ଶାଇ ପୈତୃକ ଘର ବର୍ଷା ଛାଡ଼ିବାକୁ ନେଇ ଅନୁଭବ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣୀ ବ୍ୟବସ୍ଥା ଅନୁଭବ ନିଜେ କରିବେ ବୋଲି କହିଥିଲେ ।