‘କୁଇନ୍’ରେ ନଜର ଆସିବେ ଓଲିଉଡ଼ କୁଇନ୍

ବର୍ଷା ପ୍ରିୟଦର୍ଶିନୀଙ୍କ ପୂର୍ବ ଚଳଚିତ୍ର ‘ନିମକି’ ପରେ ବର୍ତ୍ତମାନ ସେ ‘କୁଇନ୍’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହିତ ଜୟଜିତ ଦାସ ଥିବାବେଳେ ହରିହର ମହାପାତ୍ର ଓ ପପି ସନ୍ତୁକ ମଧ୍ୟ ମୁଖ୍ୟଭୁମିକାରେ ରହିବେ।

ଏହି ଫିଲ୍ମଟିକୁ ଭିଦିଶା କ୍ରାଫ୍ଟ ପ୍ରଡକ୍ସନ କରୁଥିବାବେଳେ ଏହାକୁ ନିର୍ଦ୍ଦେଶନା ଅମରେଶ ପତି ଓ ସଂଗୀତ ସଂରଚନା ମଳୟ ମିଶ୍ର କରୁଛନ୍ତି। ଏହି ଫିଲ୍ମଟି ଲଭ୍‌ ଷ୍ଟୋରି ହୋଇଥିବାବେଳେ ଏଥିରେ ଦର୍ଶକମାନେ ସତ୍ୟଜିତଙ୍କୁ ଅନ୍ୟ ଏକ ରୂପରେ ଦେଖିବାକୁ ପାଇବେ ବୋଲି ନିର୍ଦ୍ଦେଶକ ଶ୍ରୀ ପତି କହିଛନ୍ତି।