ଦେବଗଡ଼,ଏନ୍ଏସ୍ଏସ୍: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଟ୍ରକ ଓ ଟିପ୍ପର ମାଲିକ ସଂଘ ପକ୍ଷରୁ ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବାରକୋଟ ଡାକ ବଙ୍ଗଳା ଠାରେ ସଭାପତି ବେଣୁଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିଥି ଭାବେ ମହେଶ୍ୱର ପ୍ରଧାନ, ପ୍ରଶାନ୍ତ କୁମାର ବିନ୍ଧାଣି, ପ୍ରତାପ କୁମାର ପାଣି ଓ ତନୁ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ସଂଘ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସଂଘ ପକ୍ଷରୁ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯଇଥିଲା।
ଏହି ଅବସରରେ ସଂଘର ସମିତି ନିବନ୍ଧନ ପ୍ରମାଣପତ୍ର ହାସଲ କରିଥିବାରୁ ସଂଘ ପକ୍ଷରୁ ପଦାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସଭା ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ ସହ ନିବନ୍ଧନ ପ୍ରମାଣ ପତ୍ର ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଘର ସଦସ୍ୟ କ୍ଷମାନିଧି ସାହୁ ପରିଚାଳନା କରିଥିବା ବେଳେ ସମ୍ପାଦକ କ୍ଷେତ୍ରବାସୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସଂଘର ସଦସ୍ୟ ଶିବ ପ୍ରସାଦ ମହାରଣା, ରାଜେଶ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରସନ୍ନ ସାହୁ ଓ ସମୀର ପ୍ରଧାନଙ୍କ ସମେତ ସଂଘର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।