ବାରକୋଟ ପୁଲିସକୁ ବଡ଼ ସଫଳତା, ୬ ଡକାୟତ ଗିରଫ

ଦେବଗଡ଼/ବାରକୋଟ,ଏନ୍ଏନ୍ଏସ୍ବାରକୋଟ ଥାନା ଅନ୍ତର୍ଗତସିଂଶାଳ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରେ ଗତ ୨୪ତାରିଖ ରାତ୍ରିରେ ଘଟିଥିବା ଡକାୟତି ଘଟଣାର ସମ୍ପୃକ୍ତିରେ ଗତକାଲି ୬ଜଣ ଡକାୟତଙ୍କୁ ବାରକୋଟ ପୁଲିସ ଗିରଫ କରିଛି। ଏ ସମ୍ପର୍କରେ ବାରକୋଟ ଥାନା ପରିସରର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାହୁଲ ଜୈନ ସୂଚନା ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବାରକୋଟଥାନା ଅନ୍ତର୍ଗତ ସିଂଶାଳ ଗ୍ରାମର କ୍ଷେତ୍ରବାସୀ ଦଳବେହେରା ଗତ ୨୪ତାରିଖ ରାତ୍ରିରେ ପରିବାର ଲୋକଙ୍କ ସହ ଭୋଜନ କରୁଥିବାବେଳେ ୬/୭ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ନଗଦ ୪୫ହଜାରଟଙ୍କା, ୬ଲକ୍ଷରୁ ଊଦ୍ଧ୍ୱର୍ ମୂଲ୍ୟର ସୁନା ଗହଣା ଲୁଟି ନେବା ସହ ଦଳବେହେରା ପରିବାର ଲୋକଙ୍କୁ ଘର ଭିତରେ ବନ୍ଦ କରି ବୋଲେରୋରେ ପଳାଇଥିଲେ।

ଏ ସମ୍ପର୍କରେ ଶ୍ରୀ ଦଳବେହେରା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସକେସ୍‌ ନଂ- ୧୬୨/୧୯ ଦଫା ୩୯୫ଓ ୨୫/୨୭ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଏହି ପରିପ୍ରେକ୍ଷୀରେ ବୁଧବାର ରାତ୍ରିରେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବାରକୋଟ ଥାନା ଅନ୍ତର୍ଗତ ସିଂଶାଳ ଗ୍ରାମର ନନ୍ଦ ଓରାମ, ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ହାତୀ ଓଢା ଗ୍ରାମର ଜଗନ୍ନାଥ ମାଝୀ ଓ ମାଷ୍ଟରମାଇଣ୍ଡ ସଞ୍ଜୟ ଓରଫ ବୁଚୁ ମାଝୀ, ଟାଙ୍ଗରପାଲି ଥାନା ଅନ୍ତର୍ଗତ ଫର୍ଟିଲାଇଜର ଅଞ୍ଚଳର ବିକାଶ ଲୁଗୁନ, ବଣାଇ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳର ସନ୍ତୋଷ ପାତ୍ର ଓ  ଡକାୟତିରେ ଲୁଟ ହୋଇଥିବା ସୁନା ଗହଣାକୁ କିଣିବା

ଅଭିଯୋଗରେ ଟାଙ୍ଗରପାଲି ଥାନା ଅର୍ନ୍ଗତ ଫର୍ଟିଲାଇଜର ଅଞ୍ଚଳର ସୁନା ବେପାରୀ କିରଣ କୁମାର ସାହୁଙ୍କୁ ଗିରଫ କରିଛି। ଏଥି ସହ ସେମାନଙ୍କ ନିକଟରୁ ନଗତଦ ୨୦ହଜାର ଟଙ୍କା, ଗୋଟିଏ ଦେଶୀ ପିସ୍ତଲ, ୧୬ ଗ୍ରାମ ଓଜନର ତରଳା ଯାଇଥିବା ସୁନା, ୨ଟି ମୋବାଇଲ ଫୋନ, ଗୋଟିଏ ସୁନାଚେନ ଓ ରୂପା ଅଳଙ୍କାର ସହ ଡକାୟତିରେ ବ୍ୟବହୃତ ବୋଲେରୋ(ଓଡି– ୧୪ପି ଜବତ କରିଛି। ଏହି ଘଟଣାରେ ଝାଡଖଣ୍ଡ ଅଞ୍ଚଳର ପିଏଲଏଫଆଇ ସଦସ୍ୟ ରଞ୍ଜିତ କଣ୍ଡୁଲାନା, ଅବିନାଶ ଟପ୍ନୋ ଓ ସୁନୀଲ ହେମ୍ବ୍ରମଙ୍କ ସମ୍ପୃକ୍ତି ଥିବା ବେଳେ ଏବେ ମଧ୍ୟ ସେମାନେ ଫେରାର ରହିଥିବାଏସପି ସୂଚନା ଦେଇଛନ୍ତି। ସେହିପରି ଖୁବ୍‌ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।