ବାରକୋଟ-ଝାରସୁଗୁଡ଼ା ରେଳ ଲାଇନ ନିର୍ମାଣ ପାଇଁ ୪ ମାସରେ ସରିବ ସର୍ଭେ ଓ ଡିପିଆର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷୀତ ବାରକୋଟ-ଝାରସୁଗୁଡ଼ା ରେଳ ଲାଇନ ପାଇଁ ୪ ମାସ ମଧ୍ୟରେ ସର୍ଭେ ଓ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଶେଷ ପାଇଁ ରେଳ ସଦନରେ ପୂର୍ବତଟ ରେଳବାଇ ମୁଖ୍ୟଯନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଜି ଜିଲ୍ଲା ନାଗରିକ କମିଟିର ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ରେଳ ସଦନରେ ମୁଖ୍ୟଯନ୍ତ୍ରୀ(ନିର୍ମାଣ) ଇଂ ରାଧାମୋହନ ସିଂଙ୍କ ସହିତ ଆଲୋଚନା କରିଛନ୍ତି । ବାରକୋଟ-ଝାରସୁଗୁଡ଼ା ରେଳପଥର ଫାଇନାଲ ଲୋକେସନ ସର୍ଭେ ଓ ଡିପିଆର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିନିଧି ଦଳ ମୁଖ୍ୟଯନ୍ତ୍ରୀ ଶ୍ରୀ ସିଂଙ୍କୁ ଅନୁରୋଧ କରିବା ସହିତ ଏନେଇ ବିସ୍ତୃତ ଆଲୋଚନା କରିଥିଲେ । ଏହାସହ ସମ୍ଭାବ୍ୟ ଷ୍ଟେସନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଆଲୋଚନା ବେଳେ ଏହି ରେଳପଥ ରିଆମାଳ ଦେଇ ଯିବାନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରେଳ ସଦନକୁ ଯାଇ ନାଗରିକ କମିଟିର ପ୍ରତିନିଧି ଦଳରେ କମିଟିର ସମ୍ପାଦକ ସୁଧୀର କପରଦାର, ଉପନଗରପାଳ ପ୍ରଜିତ ଭୋଜ, ଲକ୍ଷ୍ମଣ ପ୍ରଧାନ, କୁମୁଦବନ୍ଧୁ ଶତପଥୀ ଓ ରାଘବ ମହାରଣା ପ୍ରମୁଖ ଯାଇଥିବା ସମ୍ପାଦକ ଶ୍ରୀ କପରଦାର ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ।