ପୂର୍ବତନ ମନ୍ତ୍ରୀଙ୍କୁ କୋର୍ଟକୁ ଟାଣିଲେ ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ଶିଵଲ ଏବଂ ତାଙ୍କ ପତ୍ନୀ ପ୍ରମିଳା ଶିଵଲଙ୍କ ନାମରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମୋକଦ୍ଦମା ଦାୟର କରିଛନ୍ତି। ଏଥିସହ ସୁଧ ସହ ତାଙ୍କୁ ତାଙ୍କ ୭୪ଲକ୍ଷ ଟଙ୍କା ପ୍ରାପ୍ୟ ଦେବାକୁ ମଧ୍ୟ ଆବେଦନରେ ଜଣାଇଛନ୍ତି ବର୍ଖା।

ଚଳିତବର୍ଷ ଜୁଲାଇରେ ବନ୍ଦ ହୋଇଥିବା ଇଂରାଜୀ ନ୍ୟୁଜ ଚ୍ୟାନେଲ ତ୍ରିରଙ୍ଗା ଟିଭି ଅଚାନକ ବନ୍ଦ ହୋଇଥିବା ନେଇ ବର୍ଖା ଦତ୍ତ କଂଗ୍ରେସ ନେତା କପିଲ ଶିଵଲ, ତାଙ୍କ ପତ୍ନୀ ପ୍ରମିଳା ଶିଵଲଙ୍କ ଏବଂ ଆନାଲୋଗ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ବିରୋଧରେ କୋର୍ଟରେ ମୋକଦ୍ଦମା ଦାୟର କରିଛନ୍ତି। ତ୍ରିରଙ୍ଗା ନ୍ୟୁଜ ଚ୍ୟାନେଲଟି ଅତି କମରେ ଦୁଇ ବର୍ଷ ଚାଲିବ ବୋଲି ତାଙ୍କୁ କୁହାଯାଇଥିଲା। ଏପରିକି ତାଙ୍କୁ ଅନ୍ୟ ଚ୍ୟାନେଲର କାର୍ଯ୍ୟକ୍ରମ ପାଇଁ ଚୁକ୍ତି ଶେଷ କରିବାକୁ ମଧ୍ୟ କୁହାଯାଇଛି। ତେଣୁ ତାଙ୍କୁ ସୁଧ ସହ ତାଙ୍କ ୭୪ ଲକ୍ଷ ଟଙ୍କା ପାଉଣା ମଧ୍ୟ ଫେରାଇବାକୁ କୋର୍ଟରେ ଦେଇଥିବା ଆବେଦନପତ୍ରରେ ଜଣାଇଛନ୍ତି ସାମ୍ବାଦିକା ବର୍ଖା ଦତ୍ତ।