ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ପି ଅନ୍ୱେଷା ରେଡ୍ଡୀ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୧୭ ବ୍ୟାଚ ଆଇଏଏସ୍ ପି ଅନ୍ୱେଷା ରେଡ୍ଡୀ। ଶ୍ରୀମତୀ ରେଡ୍ଡୀ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ  ସାକ୍ଷାତ କରି ଜଏନିଂ ରିପୋର୍ଟ ଦାଖଲ କରିବା ପରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀଙ୍କ ନିକଟରୁ ନୂତନ ଉପଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିସହିତ ବାରିପଦା ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ପୌର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବିଡିଓ ଆକୁଲ ଚନ୍ଦ୍ର ନାଏକ ନୂତନ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।