କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

ବାରିପଦା, ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଇଗଣକୁଦର ଗାଁର ଏକ ଶିଶୁପୁତ୍ରର ମୃତହେବ କୂଅରୁ ଉଦ୍ଧାର ହୋଇଛି। ଉକ୍ତ ଶିଶୁପୁତ୍ର ଶଙ୍କର ମାଝୀଙ୍କ ପୁଅ ଦୁଃଖିଆ ମାଝୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମୃତ ଶିଶୁପୁତ୍ର ଗତକାଲି ଠାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ କୌଣସି ସନ୍ଧାନ ପାଇନଥିଲେ । ଆଜି ଗାଁ କୂଅରୁ ପୁଅର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା ଜଣାପଡ଼ିନାହିଁ।