ବ୍ଲାକମେଲିଂ କରି ମହିଳାଙ୍କୁ ଘର ମାଲିକର ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା

ବାରିପଦା, ଏନ୍ଏନ୍ଏସ୍: ବାରିପଦା ପୌରପରିଷଦରେ ଭଡ଼ାଟିଆ ବିବାହିତା ମହିଳାଙ୍କୁ ଘର ମାଲିକ ଯୌନ ନିର୍ଯାତନା ଓ ବ୍ଲାକ୍ ମେଲିଂକୁ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ମାମଲା ରୁଜୁକରି ଘର ମାଲିକକୁ ଧରିବା ପାଇଁ ଟିମ ଗଠନ କରିଛି। ସୂଚନା ଅନୁସାରେ, ପୀଡିତା ମହିଳା ଜଣକ ବାରିପଦା ପୌରପରିଷଦର ରାମଚନ୍ଦ୍ରପୁର ଅଞ୍ଚଳର ଜଳଧର ନାୟକଙ୍କ ଘରେ ଭଡ଼ା ନେଇ ଏକାକୀ ରହୁଥିଲେ। ଏହାର ସୁଯୋଗ ନେଇ ଜଳଧର ବିବାହିତାଙ୍କ ରୁମ୍ ଭିତରକୁ ପସି ଦୁଷ୍କର୍ମ କରିଥିଲା। ଏହାସହ କାହାକୁ ନ କହିବାକୁ ଧମକ ଦେଇଥିଲା।

ଏଥି ସହିତ ଜଳଧର କୌଶଳ କରି ବିବାହିତା ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବା ଅବସ୍ଥାର ଦୃଶ୍ୟକୁ ରେକଡ଼ିଂ କରି ତାଙ୍କୁ ବ୍ଲାକ ମେଲିଂ କରି ଦୁଷ୍କର୍ମ କରି ଆସୁଥିଲା। ଏହାପରେ ମହିଳା ଜଣକ ବାରିପଦାରୁ ଖସି ଯାଇ ବାଲେଶ୍ୱରରେ ଭଡ଼ା ନେଇ ରହୁଥିବା ବେଳେ ଜଳଧର ମହିଳାଙ୍କ ଭିଡ଼ିଓ ଓ ଫଟୋକୁ ଭାଇରାଲ କରାଇଦେବାର ଧମକ ଦେବା ଆରମ୍ଭ କରିଦେଇଥିଲା। ଅନ୍ୟ ଉପାୟ ନପାଇ ଗତ ନଭେମ୍ବର ୨୧ ତାରିଖ ରାତି ୮.୧୫ ସମୟରେ ପିଡ଼ିତା ଜଣକ ବାରିପଦା ଟାଉନ ଥାନାରେ ପହଁଞ୍ଚି ଅଭିଯୁକ୍ତ ଜଳଧର ନାୟକଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।