୧୦୭ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ତତ୍ତ୍ୱାବଧାନ ଏବଂ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ କୁମାର ପତିଙ୍କ ସହଯୋଗରେ ୧୦୭ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ବରିଷ୍ଠ ବିଶେଷଜ୍ଞ ଡା. ବିଶ୍ୱନାଥ ଦାସ, ଭେଷଜ ବିଭାଗୀୟ ବରିଷ୍ଠ ବିଶେଷଜ୍ଞ ଡା. ତପନ କୁମାର ଆଚାର୍ଯ୍ୟ, ମାନସିକ ବିଭାଗର ଡା. ପ୍ରଦୀପ କୁମାର ନାୟକ, ଚକ୍ଷୁ ବିଭାଗର ଡା. ମୀତା ମିଶ୍ର, ଅସ୍ତିଶଲ୍ୟ ବିଭାଗର ଡା. ମହୋନ ଚରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ନିରୀକ୍ଷଣ କରିଥିଲେ। ଏଥିରେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ବରିଷ୍ଠ ଓଡିଓଲୋଜିଷ୍ଟ ମାନସ କୁମାର ନାୟକ, ଫଜିଓଥୋରାପିଷ୍ଟ ରମେଶ୍ୱର ପୁଥାଳ, ସାଇକଲୋଜିଷ୍ଟ ଚନ୍ଦ୍ର ଶେଖର ନାୟକ, ମୋବିଲିଟି ଇନ୍ସପେକ୍ଟର ପ୍ରବୀଣା ଦାସ, ବିପିନି ବିହାରୀ ବେହେରା, ମନୋଜ ବେହେରା, ସଞ୍ଜୟ ଶତପଥୀ, ସଞ୍ଜୟ କିସ୍କୁ, ରାଧାଶ୍ୟାମ ପଟ୍ଟନାୟକ, ଅରବିନ୍ଦ ମୁଖି ପ୍ରମୁଖ ସହଯୋଗ କରିଥିଲେ।