ସୁସ୍ଥ ହୋଇ ଫେରିଲେ ୧୪, ଦୁଇ କରୋନା ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧୫ରେ ପହଞ୍ଚିଛି। ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ ଏମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଏଥିସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଘୋଷଣା ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୪ ଜଣ ସୁସ୍ଥହୋଇ ଫେରିଥିବା ଜଣାପଡ଼ିଛି। ଫଳରେ ଜିଲ୍ଲାରେ ସୁସ୍ଥସଂଖ୍ୟା ୧୬୦ ଏବଂ ସକ୍ରିୟ ସଂଖ୍ୟା ଆଜିର ୨ ଜଣକୁ ମିଶାଇ ୫୪ରେ ପହଞ୍ଚିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଜିଲ୍ଲାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।