ମାର୍ଚ୍ଚ ୨୫ରେ ଭଞ୍ଜସେନାର ବାରିପଦା ବନ୍ଦ ଡାକରା

ବାରିପଦା,ଏନ୍ଏନ୍ଏସ୍: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପାରିଟେଣ୍ଡେଂଟ ବୈକୁଣ୍ଠ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ମାର୍ଚ୍ଚ ୨୫ ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ବାର ଘଂଟିଆ ବାରିପଦା ବନ୍ଦ ଡାକରା ଦେଇଛି ଭଞ୍ଜସେନା । ସେନାର ଜିଲ୍ଲା ସଭାପତି ପିଂଟୁ ମାଇତି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।ଏଥି ସହିତ ଉକ୍ତ ବନ୍ଦ ସହିତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ସହ ଜିଲ୍ଲାକୁ ସଂଯୋଗ କରୁଥିବା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କ ବୃହତ ସାମୁହିକ ସ୍ୱାର୍ଥ ଜଡିତ ରହୁଥିବାରୁ ସହରବାସୀ ସମର୍ଥନ ଜଣାଇବା ନିମନ୍ତେ , ବଣିକ ସଂଘ, ଓକିଲ ସଂଘ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦିଆଯାଇଛି ।