ଯାତ୍ରା କଳାକାର ଓ ମାଲିକ ସଂଘ ପାଇଁ ଆର୍ଥିକ ସହାୟତା ଦାବୀ

ବରଗଡ଼,ଏନ୍ଏନ୍ଏସ୍: ସମଗ୍ର ଦେଶ ଲକଡାଉନରେ ରହିଥିବା ବେଳେ ପଶ୍ଚିମ ଓଡ଼ିଶା ଯାତ୍ରା କଳାକାର ଓ ଯାତ୍ରା ପାର୍ଟି ମାଲିକମାନେ ନିଜର ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହାସଂଘର ସଭାପତି ଚୈତନ୍ୟ ପାଇକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯାତ୍ରା କଳାକାର ଓ ପାର୍ଟି ମାଲିକଙ୍କ ପାଇଁ ଆର୍ଥିକ
ସହାୟତା ଘୋଷଣା ସହ ଲକଡାଉନ କଟକଣା ମୁକ୍ତ କରିବା ସମ୍ପର୍କରେ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ସମୟରେ ବେଲାଲସେନ ପ୍ରଧାନ, ନରୋତ୍ତମ ବେହେରା, ମୋହନ କୁମାର ଜୟପୁରିଆ, ପ୍ରଫୁଲ୍ଲ ମେହେର, କୃଷ୍ଣଚନ୍ଦ୍ର ମେହେର, ଆଖଣ୍ଡଳ ସାହୁ, ଅଭିମନ୍ୟୁ ସାହୁ, ଜଗଦିଶ ପ୍ରଧାନ, ସୁବ୍ରତ କୁମାର ସାହୁ, ଭାଗିରଥୀ ବେହେରା ସମେତ ବହୁ ଯାତ୍ରା କଳାକାର ତଥା ମାଲିକ ସାମିଲ ହୋଇଥିଲେ ।