ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସବ୍ ଜେଲର ଜଣେ ବିଚରାଧୀନ ବନ୍ଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଛିି। ମୃତ ବନ୍ଦୀ ଜଣକ ଭଟଲି ବ୍ଲକ୍ କୁଶନପୁରୀ ଗ୍ରାମର ମାଧବ ସା (୪୨) ବୋଲି ଜଣାପଡିଛି। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମାଧବଙ୍କୁ ଗତ ଜୁଲାଇ ୨୧ ତାରିଖରେ ଅମ୍ବାଭୋନା ପୁଲିସ ଏକ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ବରଗଡ଼ ସବ୍ ଜେଲକୁ ପଠାଇଥିଲା। ସୋମବାର ସକାଳେ ମାଧବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ମାଧବଙ୍କ ହାର୍ଟ ସମସ୍ୟା ଥିବା ପରିବାର ବର୍ଗ କହୁଥିବା ନେଇ ଜେଲର ଅଞ୍ଜଲି ପଟେଲ ସୂଚନା ଦେବାସହ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କହିଛନ୍ତି।