ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ : ଶବ ରଖି ରାସ୍ତାରୋକ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ୟକ୍ତ ଲୋକ ମୃତଦେହ ରଖି ରାସ୍ତାକୁ ଓହ୍ଲାଇଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଏବଂ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ ଜମୁର୍ଡା ରାସ୍ତାରେ ଆସୁଥିବାବେଳେ ବରଗଡ଼ ଡେମକଲୋନୀ ର କ୍ରିଷ୍ଣା ସୁନା (୨୨) ଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସ୍ଥାନୀୟଲୋକେ କ୍ରିଷ୍ଣାକୁ ଉଦ୍ଧାର କରି ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ଓ ନର୍ସମାନେ କ୍ରିଷ୍ଣାଙ୍କ ଠିକ୍ ଭାବରେ ଚିକିତ୍ସା କରି ନ ଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସହର ମଧ୍ୟରେ ଥିବା ପୁରୁଣା ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ରହିଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି ।