ବିଜେପି ତରଫରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବରଗଡ଼, ଏନ୍ଏନ୍ଏସ୍: ଚାଷୀମାଙ୍କର ହକ୍ ଏବଂ ଅଧିକାର ଦାବିରେ ବରଗଡ଼ ଜିଲ୍ଲା ବିଜେପି ତରଫରୁ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାଷୀ ମାନଙ୍କର ଉତ୍ପାଦିତ ସମସ୍ତ ଧାନ କ୍ରୟ କରିବା, କଟନି ଛଟନି ସମ୍ପୂର୍ଣ ବନ୍ଦ କରିବା, ଟୋକନ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଏବଂ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କ ଦାୟିତ୍ୱହୀନ ବ୍ୟବହାରକୁ ବିରୋଧ କରି ସମ୍ବଲପୁର ଟାଉନ ଥାନାରେ ବିଜେପି ତରଫରୁ ଦିଆଯାଉଥିବା ଧାରଣା ସମର୍ଥନରେ ଏହି ଧାରଣା ଏବଂ ବିକ୍ଷୋଭ ହୋଇଥିଲା।

ପ୍ରକାଶ ଯେ, ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହୋଇଥିବା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ବରିଷ୍ଠ ନେତା ସୌରୀ ଚରଣ ବାରିକ, ସୁଶାନ୍ତ ମିଶ୍ର,ନଗର ସଭାପତି ସୁବ୍ରତ ହୋତା ,ବରିଷ୍ଠ ନେତା ଯଦୁମଣି ଦାଶ, ଅବନିକାନ୍ତ ପଣ୍ଡା, କୁଶ କୁମ୍ଭାର, ନବ କିଶୋର ପାଣିଗ୍ରାହୀ, କିଶୋର ଦାଶ, ଈଶ୍ୱର ବାଗ, ମହେନ୍ଦ୍ର ମହାପାତ୍ର, ମହେଶ ଦାଶ, ଅଜିତ ଦାଶ, ଘନଶ୍ୟାମ ସାହୁ , ଦୀପକ ଜୈନ, ଦୀପକ ଅଗ୍ରୱାଲ, ମମତା ଅଗ୍ରୱାଲ, ସୀମା ସିଂ, ପୂଜା ମହାପାତ୍ର, ମଧୁ ଜୈନ, ଗୀତା ସେଠ, ଅନ୍ୱେଷ ପଧାନ, ବିକାଶ ସାହୁ, ଲାଲୁ ପ୍ରଧାନ, ପିଙ୍କୁ ମେହେର, ବ୍ରଜ ଭାଇ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।