ସଂଗରୋଧ କେନ୍ଦ୍ରରେ ପ୍ରେମିକକୁ ଭେଟିବାକୁ ଆସି ତା’ପରେ ପ୍ରେମିକାର….

ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ କ୍ୱାରେଣ୍ଟାଇନ ସେଣ୍ଟର ହାଇସ୍କୁଲ ପରିସରରେ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ବରପାଲି ବିଡିଓ , ତହସିଲଦାର , ସରପଞ୍ଚ, ପୁଲିସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ, ବିବାହ କରିଥିବା ପ୍ରେମୀଯୁଗଳ ଛଅ ମାସ ହେବ ତାମିଲନାଡୁରେ କାମ କରୁଥିଲା ବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯେତେବେଳେ କରୋନା ଲକଡାଉନ ହେଲା ଦୁହେଁ ପ୍ରେମୀ ଯୁଗଳ ନିଜ ନିଜ ଗାଁ’କୁ ଫେରି ଆସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ପୁଅ ଜଣକ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ମହାନନ୍ଦ କଲେତ ଓ ଝିଅ ଘର ଝାଡ଼ସୁଗୁଡା ଜିଲ୍ଲା ବେଳପାହାଡ଼ର ସୁମନ କଲେତ।

ଏମାନେ ଦୁହିଜଣ ଫୋନ ଯୋଗେ କଥା ବାର୍ତ୍ତା ହୋଇ ମହାନନ୍ଦ କଲେତ କୁମ୍ଭାରୀ ହାଇସ୍କୁଲକୁ ଦେଖା କରିବାକୁ ଝିଅ ସୁମନକୁ ଡାକିଥିଲା। ମହାନନ୍ଦ କଲେତକୁ ଦେଖାକରିବାକୁ କୁମ୍ଭାରୀ ହାଇସ୍କୁଲ ପାଖକୁ ଯିବାପରେ ମହାନନ୍ଦ ପାଚେରୀ ଡେଇଁ ସୁମନକୁ ଦେଖାକରିବାକୁ ଆସୁଥିବା ବେଳେ ଗାଁ’ ଲୋକେ ଦେଖିଥିଲେ ଓ ଧରା ପଡିଯାଇଥିଲେ। ଗ୍ରାମବାସୀ ଉଭୟଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ଦୁଇ ପରିବାରଙ୍କ ସହମତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା।