କ୍ୱାରେଣ୍ଟାଇନ ସେଣ୍ଟରରେ ନିମ୍ନ ମାନର ଖାଦ୍ୟକୁ ନେଇ ତଦନ୍ତ ଦାବି କଲା ଗିଫ୍ଟ ଅଫ୍ ଲାଇଫ

ବରଗଡ,ଏନ୍ଏନ୍ଏସ୍ : ବରଗଡ଼ ସହର ସମେତ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ନେଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ସ୍ୱେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ୍ ଲାଇଫ । ସେହିପରି ସଂଗଠନ ତରଫରୁ ସହରର ଭିତରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି କରାଯାଇଛି ।

ଶନିବାର ଗିଫ୍ଟ ଅଫ୍ ଲାଇଫ ତରଫରୁ ବରଗଡ଼ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ କ୍ୱାରେନ୍ଟାଇନ ସେଣ୍ଟର ଗୁଡିକରେ ଦିଆଯାଉଥିବା ଖାଦ୍ୟରମାନ ଉଦବେଗଜନକ ବୋଲି କୁହାଯାଇଛି । ପ୍ରତ୍ୟହ ସୋସିଆଲ ମିଡିଆରେ ଏ ନେଇ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ପ୍ରବାସୀ ଶ୍ରମିକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ଦାବି କରାଯାଇଛି । ସେହିପରି ବରଗଡ଼ ସହର ମଧ୍ୟରେ ରହିଥିବା କ୍ୱାରେଣ୍ଟାଇନ ସେଣ୍ଟର ଯୋଗୁଁ ଜନସାଧାରଣଙ୍କ ଭୟର ବାତାବରଣ ରହିଛି । ଯାହାକୁ ନେଇ ଜିଲ୍ଳା ପ୍ରଶାସନ ଗୁରୁତର ସହ ବିଚାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ହେଉଛି । ସ୍ମାରକପତ୍ର ପ୍ରଦାନ ସମୟରେ ଗିଫ୍ଟ ଅଫ୍ ଲାଇଫର ସୁରଜ ମଲ୍ଲିକ , ଦିଲେଶ ପଟେଲ, ରାହୁଲ ମହାପାତ୍ର , ଅଜିତ ଶତପଥୀ, ତାପସ ସାହୁ , ଦୁଷ୍ମନ୍ତ ମହାପାତ୍ର, ନଟବରଲାଲ ଅଗ୍ରୱାଲ , ରାଜେଶ ପ୍ରଧାନ, ଶାନ୍ତନୁ କୁମାର ପ୍ରଧାନ ସମେତ ବହୁ ଯୁବକ ସାମିଲ ହୋଇଥିଲେ ।