ବରଗଡ,ଏନ୍ଏନ୍ଏସ୍ : ଲକଡାଉନ ସମୟରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ଚୋରା ମଦ କାରବାର ବୃଦ୍ଧି ପାଇଛି । ଏପରିସ୍ଥିତିରେ ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଡାଲପ୍ , ସିନ୍ଦୁରବାହାଲ ଏବଂ କନ୍ଧାପାଲି ଗ୍ରାମର ନିଲମାଧବ ଭୁଏ, ବିଶ୍ୱନାଥ ଦାଶ ଓ ଭାସ୍କର ରୋହିଦାସ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି । ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବର୍ଗେଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଅବକାରୀ ଥାନା ଅଧିକାରୀ ସାତିକା ବେଶାନ ଏବଂ ବରଗଡ଼ ଅବକାରୀ ଥାନା ଅଧିକାରୀ ଚନ୍ଦନ କୁମାର ମଣ୍ଡଳ ଭଟଲି ଅବକାରୀ ଷ୍ଟାଫଙ୍କ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଉପରୋକ୍ତ ଅଭିଯୁକ୍ତମାନଙ୍କଠାରୁ ୧୩୦ ଲିଟର ହାତ ରନ୍ଧା ମହୁଲି ମଦ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଶ୍ମିତା ଲାକ୍ରା କୃଷ୍ଣ ସାହୁ , ଭାଗିରଥି ନାୟକ , ରମାକାନ୍ତ ପ୍ରଧାନ, ପିଙ୍କି ପ୍ରଧାନ , ଦିଲିପ ଦାଶ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ ।