ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେବାଳିଆ ନୋଟିସ

କୁଆଲାଲୁମ୍ପୁର,ଏଜେନ୍ସି: ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ ରଜାକଙ୍କୁ ଦେବାଳିଆ ନୋଟିସ ଜାରି କରାଯାଇଛି। ୪୨ କୋଟି ଡଲାର ଟିକସ ଅର୍ଥ ପୈଠ କରିବାପରେ ବିଫଳ ହେବାପରେ ଆଭ୍ୟନ୍ତରୀଣ ରାଜସ୍ୱ ବୋର୍ଡ ପକ୍ଷରୁ ତାଙ୍କ ବିରୋଧରେ ଏଭଳି ନୋଟିସ ଜାରି କରାଯାଇଥିବା ପ୍ରକାଶ। ପ୍ରଧାନମନ୍ତ୍ରୀ ଥିବାବେଳେ ନଜିବ ରାଜକୋଷରୁ ପ୍ରବଳ ଅର୍ଥ ହରିଲୁଟ୍ କରିଥିବାରୁ ଗତବର୍ଷ ତାଙ୍କୁ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ଉପରୋକ୍ତ ପରିମାଣ ଟିକସ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନଜିବ ଏହି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି।