କ୍ୟୁସେକ ବ୍ୟାଙ୍କରୁ ଚୋରି

ଜୟପୁର,ଏନ୍ଏନ୍ଏସ୍ : ସ୍ଥାନୀୟ ମହାତ୍ମା ଗାନ୍ଧୀ ରୋଡରେ ଥିବା ଏସବିଆଇର ଗ୍ରାହକ ସେବାକେନ୍ଦ୍ର ବା କ୍ୟୁସେକ ବ୍ୟାଙ୍କରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଡ୍ରରେ ଥିବା ୪୦୦୦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ କ୍ୟୁସେକ ବ୍ୟାଙ୍କ ପରିଚାଳକ ତାପସ କୁମାର ସାହୁ ଟାଉନ ଥାନାରେ ଏତଲା ଦେଇଥିଲେ। କରୋନା କଟକଣା ଯୋଗୁଁ ଲୋକେ କେହି ବାହାରୁ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିବାର ସୁଯୋଗ ପାଉଛନ୍ତି। ତେଣୁ ପୁଲିସ ପାଟ୍ରୋଲିଂ ଜୋରଦାର କରିବାକୁ ସାଧାରଣରେ ଦାବି ହେଉଛି।