ଡିସିସିବି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର,ଏନ୍ଏନ୍ଏସ୍ : ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ କରୋନା ମୁକାବିଲା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯାଇଛି ବୋଲି ବ୍ୟାଙ୍କର ସଭାପତି ଲକ୍ଷ୍ମଣ କୁମାର ମେହେର ଜଣାଇଛନ୍ତି । ତେବେ ବ୍ୟାଙ୍କ ଦ୍ୱାରା ଅର୍ଜିତ ଲାଭାଂଶ ଅର୍ଥରୁ ଏହି ଟଙ୍କା ପ୍ରଦାନ କରାଯାଇଥିବା କଥା ଶ୍ରୀ ମେହେର କହିଛନ୍ତି । ପୂର୍ବରୁ ଫନି ବାତ୍ୟା ସମୟରେ ମଧ୍ୟ ବ୍ୟାଙ୍କ ତରଫରୁ ସହାୟତା ରାଶି ଯୋଗାଇ ଦିଆଯାଇ ସାମାଜିକ ଉତର ଦାୟିତ୍ୱ ନିର୍ବାହ କରାଯାଇଥିଲା । ତେବେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ସରକାର ଯେଉଁ ସବୁ କଟକଣା କରୁଛନ୍ତି ତାକୁ କଡାକଡି ଭାବେ ମାନିବା , ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତ ଭାବେ ହାତ ଧୋଇବା ପାଇଁ ଶ୍ରୀ ମେହେର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।