ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍‌ ଘଟଣାରେ ବ୍ୟାଙ୍କ ମ୍ୟାନେଜର ଗିରଫ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୦ ଲକ୍ଷ ଚୋରି କରିଥିବା ଘଟଣାରେ ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବାବଦରେ ସରକାର ଜିଲ୍ଲାପାଳଙ୍କଆକାଉଣ୍ଟରେ ୨୦୧୩ ମସିହାରେ ୬୦ ଲକ୍ଷ ଟଙ୍କା ଜମା କରିଥିଲେ । ତେବେ ଗତ ୨୦୧୭– ୮ ମସିହାରେ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସ ୮ଟି ଜାଲ ଚେକ୍‌ ଲଗାଇ ୬୦ ଲକ୍ଷ ଟଙ୍କା ଉଠାଇବା ପରେ ଚାକିରି ଛାଡ଼ିଦେଇଥିଲେ । ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ଆଜି ଏହି କେସ୍‌ର ପର୍ଦ୍ଦାଫାସ୍‌ ହେବାପରେ ଅନୁଗୁଳ ପୁଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିଛି ପୋଲିସ ।