ଘର ଭିତରୁ ମହିଳା ବ୍ୟାଙ୍କ୍ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ଅଶୋକ ନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ଆର. ରଂଜିତା ରାଓଙ୍କ ଝୁଲନ୍ତା ମୃତ ଦେହ ସନ୍ଦେହ ଜନକ ଭାବେ ଉଦ୍ଧାର କରାଯାଇଛି। ନିଜ ଘର ଭିତରୁ ପୁଲିସ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ଆର. ରଂଜିତା ରାଓ ଭଡାରେ ରହୁଥିଲେ। ସେ ଅବିବାହିତା ଥିବାବେଳେ ତାଙ୍କ ପରିବାର ସହ ରହୁଥିଲେ। ତେବେ ବୁଧବାର ଦିନ ସେ ଖାଇ ଶୋଇବାକୁ ନିଜ ରୁମକୁ ଯାଇଥିଲେ। ତେବେ ଗୁରୁବାର ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ରୁମରୁ ନ ବାହାରିବାରୁ ପରିବାର ଲୋକେ କବାଟ ବାଡାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ପରେ ପରିବାର ଲୋକେ ସନ୍ଦେହ କରି ଝରକା ବାଟେ ଦେଖିବା ବେଳକୁ ସେ ସେ ଫ୍ୟାନରେ ରଶି ଲଗାଇ ଦେଇଥିଲେ।

ଖବରପାଇ ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା। ଏହାକୁ ନେଇ କିଛିଦିନ ହେଲା ସେ ଚିନ୍ତାରେ ରହୁଥିଲେ। ତେବେ ଉକ୍ତ ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି।