କ୍ରମାଗତ ୪ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଙ୍କଗୁଡ଼ିକର ମହାମିଶ୍ରଣକୁ ବିରୋଧ କରି ବ୍ୟାଙ୍କିଙ୍ଗ୍ସେକ୍ଟରର ବ୍ୟବସାୟୀ ସଙ୍ଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ୪ଟି ବ୍ୟବସାୟ ସଙ୍ଘର ସଙ୍ଗଠନ ସେପ୍ଟେମ୍ବର ୨୫ ମଧ୍ୟରାତ୍ରିରୁ ସେପ୍ଟେମ୍ବର ୨୭ ମଧ୍ୟରାତ୍ରି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଡାକରା ଦେଇଛନ୍ତି। ଅଖିଳ ଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଙ୍ଘ (ଏଆଇବିଓସି), ଅଖିଳ ଭାରତୀୟ ବ୍ୟାଙ୍କ ଅଧିକାରୀ ସଙ୍ଘ (ଏଆଇବିଓଏ)ଇଣ୍ଡିଆନ୍‌ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ (ଆଇଏନ୍ବିଓସି) ଏବଂ ନ୍ୟାସନାଲ ଅର୍ଗାନାଇଜେସନ ଅଫ୍ ବ୍ୟାଙ୍କ ଅଫିସର୍ସ (ଏନ୍ଓବିଓ) ପ୍ରମୁଖ ସଙ୍ଗଠନ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଚଳିତମାସରେ କ୍ରମାଗତ ୪ଦିନ ଧରି ବ୍ୟାଙ୍କ ବନ୍ଦ ରହିବ।

ଏହାଦ୍ୱାରା ବ୍ୟାଙ୍କିଙ୍ଗ କାର୍ଯ୍ୟ ଭାରିମାତ୍ରାରେ ପ୍ରଭାବିତ ହେବ। ସେପ୍ଟେମ୍ବର ୨୬ ଓ ୨୭ ଦୁଇଦିନ ଧରି ବ୍ୟାଙ୍କ କର୍ମଚାରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଏବଂ ୨୮ ତାରିଖ ମାସର ଚତୁର୍ଥ ଶନିବାର ଓ ୨୯ ତାରିଖ ରବିବାର ପଡୁଥିବାରୁ ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏପରିସ୍ଥଳେ ସେପ୍ଟେମ୍ବର ୩୦ରେ ବ୍ୟାଙ୍କ ଖୋଲିବ ଏବଂ ବ୍ୟାଙ୍କିଙ୍ଗ କାର୍ଯ୍ୟସ୍ୱଭାବିକ ହେବ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ସରକାରୀ ବ୍ୟାଙ୍କର ମହାମିଳନସମ୍ବନ୍ଧରେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପରେ ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ସଂଖ୍ୟା ୨୭ରୁ ହ୍ରାସ ପାଇ ୧୨ରେପହଞ୍ଚିବ। ଏହା ଅନ୍ତର୍ଗତ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ର ମିଶ୍ରଣ ପଞ୍ଜାବନ୍ୟାସନାଲ ବ୍ୟାଙ୍କ(ପିଏନ୍ବି)ରେ କରାଯିବ। ସେହିପରି ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କରେ, ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ୍‌ ବ୍ୟାଙ୍କରେ ଏବଂ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ୍‌ ବ୍ୟାଙ୍କର ମିଶ୍ରଣ ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରାଯିବ।